ଭିଜି ସିଦ୍ଧାର୍ଥ
ଅଧ୍ୟକ୍ଷ, କଫି ଡେ ଗୃପ
କାଫେ କଫି ଡେ ୨୦୧୨ ମସିହାରୁ ଗ୍ରାମ ତରଙ୍ଗର ସହଯୋଗରେ ଓଡ଼ିଶାର ୧୩୦୦ରୁ ଅଧିକ ପ୍ରାର୍ଥୀଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେଇଛି। ଗ୍ରାମ ତରଙ୍ଗରେ ସେମାନେ ଷ୍ଟୋର ସଂଚାଳନ ବିଷୟରେ ତାଲିମ ନେବା ସହିତ କଫି ପ୍ରସ୍ତୁତ କରିବା ଏବଂ ଗ୍ରାହକଙ୍କୁ ସୁନ୍ଦର ସେବା ଯୋଗାଇ ଦେବା ସହିତ ବିଭିନ୍ନ ବିଷୟରେ ତାଲିମ ପାଇଥାନ୍ତି। ବର୍ତ୍ତମାନ ବ୍ୟବସାୟ ବୃଦ୍ଧି କରିବାରେ ସେମାନେ ବଳିଷ୍ଠ ଭୂମିକା ନିଭାଉଛନ୍ତି।
ଓଡିଶାରୁ ଆସିଥିବା ଯୁବଗୋଷ୍ଠୀଙ୍କୁ ଦେଶର ବିଭିନ୍ନ ସ୍ଥାନ ଯଥା- ଲୁଧିଆନା, ଗୋଆ, ଚେନ୍ନାଇ, ବାଙ୍ଗାଲୋର, ଚଣ୍ଡିଗଡ, ଜଲନ୍ଧର, ପୁନେ, ଭୁବନେଶ୍ବର ଏବଂ ଝାଡଖଣ୍ଡ ଆଦି ବିଭିନ୍ନ ସ୍ଥାନକୁ ଯାତ୍ରା କରିବାରେ କୌଣସି ଅସୁବିଧା ହେଉନାହିଁ; ଯାହା ନିହାତି ପ୍ରଶଂସନୀୟ। କାଫେରେ ଦକ୍ଷ ଲୋକଙ୍କୁ ନିଯୁକ୍ତି ଦେଇ ଆମେ ଲାଭବାନ ହେଉଛୁ। ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ ହେବା ପାଇଁ ସେମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହେବା ସହିତ ଭିନ୍ନ ଭିନ୍ନ ଅଞ୍ଚଳରୁ ଆସୁଥିବା ଗରାଖ ଓ ସହଯୋଗୀଙ୍କ ସହ ମିଶିବା ଦ୍ଵାରା ସେମାନେ ଉଚ୍ଚାଭିଳାଷୀ ହୋଇପାରୁଛନ୍ତି। ସେମାନଙ୍କ ପାଖରେ ନମ୍ର ସ୍ଵଭାବ, ଭଦ୍ର ବ୍ୟବହାର, ସେବା ମନୋବୃତ୍ତି, ଶିଖିବା ପାଇଁ ଇଚ୍ଛା ଆଦି ଅନେକ ଭଲ ଗୁଣ ଦେଖାଯାଉଥିବା ବେଳେ ସେମାନେ କଠୋର ପରିଶ୍ରମୀ ଓ ଉଚ୍ଚ ଆଶା ରଖିଥାନ୍ତି।
ଆପଣ ଜାଣି ଖୁସି ହେବେ ଯେ, ଗ୍ରାମ ତରଙ୍ଗର ଜଣେ ତାଲିମାର୍ଥୀ ପୁନମ କୁମାରୀ ୨୦୧୭ ମସିହା ଅଗଷ୍ଟରେ ମେକ୍ସିକୋରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ମହିଳା ବାରିସ୍ତା ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ଯାଉଛନ୍ତି।